ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍ କ୍ଲାସ, ପିଲା ପଢ଼ିବେ ପୁରୁଣା ପାଠ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ। ଆରମ୍ଭରୁ ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ ହେବ। ଏହି ସମୟରେ ପୁରୁଣା କ୍ଲାସର ପାଠ ରିଭିଜନ୍ କରାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି।

ସବୁ ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। ପୂର୍ବରୁ କରୋନା ପାଇଁ ପାଠପଢ଼ା ବ୍ୟାଘାତ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଥିଲା।