କୁଡ଼ିଆ ଘରେ ଶୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ସୁରଟ,ଏଜେନ୍ସି: ଗୁଜରାଟର ଅମରେଲୀରେ ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି। ଯେଉଁଥିରେ କି ଅତିକମରେ ୯ ଜଣଙ୍କର ଜୀବନ ଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଭରକୁଣ୍ଡଲାର ବାଢ଼ଡା ଗାଁ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କୁଡ଼ିଆ ଘର ଉପରକୁ ମାଡିଯାଇଥିଲା। ସେହି ସମୟରେ ସେହି କୁଡ଼ିଆ ଘରେ ଲୋକମାନେ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ ଚଢ଼ିଯାଇଛି। ଘଟଣାସ୍ଥଳରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି।

ପୁଲିସ କହିବା ଅନୁସାରେ ବିଳମ୍ବିତ ରାତି ପ୍ରାୟ ୩ଟାରେ ଏହି ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକେ ସାଭରକୁଣ୍ଡଲା ସରକାରୀ ହସ୍ପିଟାଲ ପହଞ୍ଚାଇଛନ୍ତି। ସେଠରେ ଏବେ ୪ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି।