ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମୁଦ୍ର ସୁରକ୍ଷା ଉପରେ ‘ୟୁଏନ୍‌ଏସ୍‌ସି’ର ଓପନ ବିତର୍କରେ କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସମୁଦ୍ର ସୁରକ୍ଷା ଉପରେ ଏକ ଓପନ ବିତର୍କର ଡିଜିଟାଲ ମାଧ୍ୟମରେ ଅଧ୍ୟକ୍ଷତା କରିବେ। ସନ୍ଧ୍ୟା ସାଢ଼େ ୫ଟାରେ ଆରମ୍ଭ ହେବାକୁ ଥିବା ଏହି ବିତର୍କର ବିଷୟ ‘ସମୁଦ୍ର ସୁରକ୍ଷା ବଢ଼ାଇବା-ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷାର ଯତ୍ନ ପାଇଁ ଏକ ପ୍ରସଙ୍ଗ’ ହେବ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ରବିବାର ଜାରି ଏକ ବୟାନରେ କୁହାଯାଇଛି ଯେ, ବିତର୍କରେ ୟୁଏନଏସସିର ସଦସ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷ ଏବଂ ସେଠାକାର ସରକାର ସାମିଲ ହେବାର ଆଶଙ୍କା ରହିଛି। ଏଥିରେ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଏବଂ ପ୍ରମୁଖ ଆଞ୍ଚଳିକ ସଂଗଠନ ମଧ୍ୟ ଯୋଗଦେବାର ଆଶଙ୍କା ରହିଛି।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଖୋଲା ବିତର୍କରେ ଅଧ୍ୟକ୍ଷତା କରିବାକୁ ଯାଉଥିବା ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ। ଏହି ବିତର୍କରେ ସମୁଦ୍ରରେ ଅପରାଧ ଏବଂ ଅସୁରକ୍ଷା ତଥା ଏହି କ୍ଷେତ୍ରରେ ସହଯୋଗ ନେଇ ବିସ୍ତୃତ ଆଲୋଚନା ହେବ। ପିଏମଓ ତରଫରୁ କୁହାଯାଇଛି ଯେ, ୟୁଏନଏସସି ସମୁଦ୍ର ସୁରକ୍ଷା ଏବଂ ସମୁଦ୍ର ଅପରାଧର ବିଭିନ୍ନ ବିନ୍ଦୁ ଉପରେ ଚର୍ଚ୍ଚା କରିଛି ଏବଂ ଅନେକ ପ୍ରସ୍ତାବ ଉପରେ ମୋହର ଲଗାଇଛି। କିନ୍ତୁ ଏହା ପ୍ରଥମ ଥର ବଡ଼ଧରଣର ଆଲୋଚନା ହେଉଛି।