ଟ୍ରକ ଓ ତେଲ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବେଲଗାଁ/ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ବେଲଗାଁ ଓ କଳାହାଣ୍ଡି ସୀମାନ୍ତ ଅମାଟ ତେଲ ନଦୀ ବ୍ରିଜରେ ଏକ ଟ୍ରକ ଓ ତେଲ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ଭୋର ୫ଟା ସମୟରେ ତେଲ ଟ୍ୟାଙ୍କରଟି ଭବାନୀପାଟଣା ଆଡକୁ ଯାଉଥିବା ବେଳେ ଟ୍ରକଟି ବଲାଙ୍ଗିର ଆଡକୁ ଯାଉଥିଲା। ଏହି ସମୟରେ ଉଭୟ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣାରେ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ଯୋଗୁଁ ୪ ଘଣ୍ଟା ଧରି ଗାଡି ଚଳାଚଳ ଠପ ହୋଇଯାଇଥିଲା। ଖବରପାଇ କେସିଙ୍ଗା ପୁଲିସ ଓ ବେଲଗାଁ ଫାଣ୍ଡି ପୁଲିସ ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।