ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଲଦାଖ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲଦାଖ ଗସ୍ତରେ ଯାଇ ପହଞ୍ଚିଛନ୍ତି। ତାଙ୍କ ସହ ଡିଫେନ୍ସ ଷ୍ଟାଫ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଏମ ନରୱଣେ ମଧ୍ୟ ଯାଇଛନ୍ତି। ଏହି ଦୁଇ ଦିନଆ ଗସ୍ତ କାଳରେ ରାଜନାଥ ସିଂହ ଶୁକ୍ରବାର ଲଦାଖ ଏବଂ ଶନିବାର ଜାମ୍ମୁ-କଶ୍ମୀର ଯାତ୍ରା କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମେ ୫ରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଲଦାଖ ଗସ୍ତ। ସେଠାରେ ସେ ଯବାନମାନଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ଲଦାଖର ଲେହ ଷ୍ଟକନାରେ ରାଜନାଥଙ୍କ ଉପସ୍ଥିତିରେ ଯବାନଙ୍କ ସମରାଭ୍ୟାସ ଜାରି ରହିଛି।