ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସମରବଗା ନିକଟସ୍ଥ ଏନଏଚ-୪୯ରେ ଏକ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ଯାଉଥିବା କକା କର୍ଣ୍ଣ ଖଡିଆ(୪୦)ଙ୍କ ମୃତ୍ୟୁ ହୋଇଛି। ସେହିପରି ପଛରେ ବସିଥିବା ପୁତୁରା ଶ୍ରୀପତି ଖଡିଆ(୩୦) ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ପଞ୍ଚଗାଁରୁ ଝାରସୁଗୁଡ଼ାକୁ ବାଇକରେ ଆସୁଥିବା କକା ପୁତୁରାଙ୍କୁ ଝାରସୁଗୁଡାରୁ ରାୟଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସମରବଗା ଛକ ନିକଟରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କକା ପ୍ରାଣ ହରାଇଥିବା ବେଳେ ପୁତୁରା ଗୁରୁତର ଆହତ ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ରେଙ୍ଗାଲି ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ ପୁଲିସ ଟ୍ରକ୍ ଚାଳକକୁ ଅଟକ ରଖିବା ସହ ଟ୍ରକ (ଓଡି-୨୩କେ-୭୫୭୭)କୁ ଜବତ କରିଛି।