ନୂଆଦିଲ୍ଲୀ,ଏଜେନ୍ସି: ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଉପସ୍ଥିତ ନେତାମାନେ ସେମାନଙ୍କ ଦାବି ରଖିଥିଲେ।
ସୂଚନା ଅନୁସାରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା ଚାହୁଁଛନ୍ତି କି, ରାହୁଲ ଗାନ୍ଧୀ ପୁଣି ଥରେ ଦଳର ନେତୃତ୍ୱ ନିଅନ୍ତୁ। ଏନେଇ ସେମାନେ ରାହୁଲ ଗାନ୍ଧୀଙ୍କୁ ଦଳର ଭାର ସମ୍ଭାଳିବାକୁ ଅନୁରୋଧ କରିଥିଲେ। ତେବେ ଏହି ମାମଲାକୁ ପାର୍ଟିର ଚୟନ ପ୍ରକ୍ରିୟା ଉପରେ ଛାଡ଼ି ଦେବାକୁ ରାହୁଲ କହିଛନ୍ତି। ଏ ସମ୍ପର୍କରେ ଆଜି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।