ମାଲବୋଝେଇ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ୧ମୃତ

ଫୁଲବାଣୀ,ବଲସକୁମ୍ଫା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଦୂତିପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆଜି ରାତ୍ରି ପ୍ରାୟ ୯ଟା ୪୫ରେ ଏକ ମାଲବୋଝେଇ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗାଡ଼ି ନମ୍ବର (ଓଡ଼ି-୦୫ଏଏସ୍-୬୨୬୬)ରେ କିଛି ଗ୍ରୋସରି ସାମାନା ବୋଝେଇ ହୋଇ କଟକରୁ କୋରାପୁଟ ଯାଉଥିଲା। ଏହି ସମୟରେ ଗାଡ଼ିଟି ଦୂତିପଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଓଲଟି ପଡିଛି। ଫଳରେ ଘଟଣାସ୍ଥଳରେ ହିଁ ଗାଡ଼ି ଚାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ରିପୋର୍ଟ ଲେଖା ହେବା ବେଳକୁ ଘଟଣାସ୍ଥଳରେ ଖଜୁରିପଡ଼ା ଦମକଳ ବାହିନି ଓ ପୁଲିସ୍ ପହଞ୍ଚିଛନ୍ତି। ସେହିପରି ଉକ୍ତ ଗାଡ଼ିରେ ବୋଝେଇ ହୋଇଥିବା ଜିନିଷପତ୍ର ମଧ୍ୟ ରାସ୍ତାରେ ବିଛାଡ଼ି ହୋଇ ପଡ଼ିରହିଥିବାର ଦେଖିବାକୁ ମିଳିଛି।