ଟିକାକରଣ ତାଲିକାରେ ତ୍ରିପୁରା ଶୀର୍ଷରେ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଟିକାକରଣ ଅଭିଯାନ ଜୋରଦାର ଚାଲିଥିବାବେଳେ ତ୍ରିପୁରା ଶୀର୍ଷରେ ରହିଛି। ତ୍ରିପୁରାରେ ୯୮ ପ୍ରତିଶତ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ପ୍ରତିଶତ ୧୮ ବର୍ଷରୁ ଉର୍ଦ୍ଧ୍ୱ ଟିକା ନେଇ ସାରିଲେଣି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।