ଟୋକିଓ ଅଲିମ୍ପିକ୍ସରେ ଦୌଡିବେ ଦୂତୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ବିଶ୍ୱ ରାଙ୍କିଙ୍ଗ କୋଟା ମାଧ୍ୟମରେ ଉଭୟ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୦ ମିଟର ଦୌଡରେ ୨୨ଟି ଏବଂ ୧୦୦ ମିଟର ଦୌଡରେ ୧୫ଟି ସ୍ଥାନ ଉପଲବ୍ଧ ଥିବା ବେଳେ ବିଶ୍ୱ ରାଙ୍କିଙ୍ଗ ଆଧାରରେ ତାଙ୍କୁ ଚୟନ କରାଯାଇଛି।

ଭାରତୀୟ ସ୍ପ୍ରିଣ୍ଟର୍ ଧାବିକା ନିଜର ୧୦୦ ମିଟର ଜାତୀୟ ରେକର୍ଡ ଭାଙ୍ଗି ଗତ ସପ୍ତାହରେ ପଟିଆଲା ସ୍ଥିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍‌ସ ୪ରେ ୧୧.୭ ସେକେଣ୍ଡ କରି ଅଲିମ୍ପିକ ଯୋଗ୍ୟତା ସମୟରୁ ୦.୦୨ ସେକେଣ୍ଡ ବଞ୍ଚାଇଥିଲେ।