ଜିଲ୍ଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ଼, ଏନ୍ଏନ୍ଏସ୍: ଭାରତ-ଚୀନ ସଂଘର୍ଷରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗତକାଲି ସଂଧ୍ୟାରେ ସ୍ଥାନୀୟ ଲାଲୁସାହିସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ବିଜେଡି ସଭାପତି ରୋମାଂଚ ରଞ୍ଜନ ବିଶ୍ୱାଳ, ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ, ପୂର୍ବତନ ନଗର ସଭାପତି କଜାମାକ୍ଷା ଗଙ୍ଗଦେବ, ତିଲେଇବଣି ବ୍ଲକ ବିଜେଡି ସଭାପତି ବାବୁଲାଲ ପୃଷେଠ, ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ ଓ ରିଆମାଳ ବ୍ଲକ ବିଜେଡି ସଭାପତି ବୈକୁଣ୍ଠ ପାଇକରାୟଙ୍କ ସମେତ ଦେବଗଡ଼ ପୌରାଂଚଳର ୧୧ଟି ଯାକ ୱାର୍ଡ ସଭାପତିମାନେ ଉପସ୍ଥିତ ରହି କ୍ୟାଣ୍ଡେଲ ଜାଳି ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ଭାରତୀୟ ସେନାର ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ପ୍ରକାଶ କରିଥିଲେ।