ପୁରୀ,ଏନ୍ଏନ୍ଏସ୍: ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗଜପତି ମହାରାଜା ଦିବ୍ୟସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀ ମନ୍ଦିର ଭିତରେ ପରମ୍ପରା ରକ୍ଷା ଓ ଶାସ୍ତ୍ରସମ୍ମତ ବ୍ୟବସା୍ଥ ସ୍ଥିର କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ତଥାପି ଶ୍ରମନ୍ଦିର ଭିତରେ କିପରି ବିଧି ରକ୍ଷା କରାଯାଇପାରିବ ସେନେଇ ଆଜି ସଂନ୍ଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ସହ ବୈଠକ ବସିବ।
ସୂଚନାଯୋଗ୍ୟ, ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେଓ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ, ସୁପ୍ରିମକୋର୍ଟ ବାହାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯିବ। ଆଉ କୋର୍ଟଙ୍କ ରାୟ ଅନୁଯାୟୀ ବାହୁଡ଼ା ଯାତ୍ରା, ଅଧାରପଣା, ସୁନାବେଶ, ନିଳାଦ୍ରିବିଜେ ମଧ୍ୟ ସମ୍ଭବ ନୁହେଁ। କରୋନା ପାଇଁ ଅତ୍ୟନ୍ତ ଦୁଃଖର ସହ ଏ ନିଷ୍ପତ୍ତି ନିଆଯାଇଛି ବୋଲି ଗଜପତି କହିଛନ୍ତି। ମନ୍ଦିର ଭିତରେ ପରମ୍ପରା, ଶାସ୍ତ୍ରସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି। କ’ଣ କେମିତି କରାଯାଇପାରିବ ଏନେଇ ଆଜ ସଂଧ୍ୟାରେ ଆଲୋଚନା ହେବ। ଆଜି ସଂଧ୍ୟାରେ ଏନେଇ ନିଷ୍ପତ୍ତି ନିଆଯିବା ବୋଲି ଆଶା କରାଯାଉ ଥିବାବେଳେ କାଲି ସକାଳେ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯିବୁ। ଆଉ ଶଙ୍କରାଚାର୍ଯ୍ୟଙ୍କ ପାଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଗପତି ମହାରାଜା କହିଛନ୍ତି।