ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱନାମଧନ୍ୟ ଧାବିକା ଦୂତି ଚାନ୍ଦ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ବିଶାଳ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆନୁଷ୍ଠାନିକ ଭାବେ ଧାବିକା ଦୂତି ଚାନ୍ଦ ପତାକା ଦେଖାଇ ଦୌଡ଼ ପ୍ରତିଯୋଗୀତା ଆରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପେଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ର, ପରିଷଦର ନବରଙ୍ଗପୁର ଜିଲ୍ଲାର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଉପାଧ୍ୟକ୍ଷା ଭାନୁମତୀ ପୂଜାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ବିଜେଡି ନେତ୍ରୀ ମଞ୍ଜୁଳା ମାଝୀ, କୌଶଲ୍ୟା ପ୍ରାଧାନି, ବିଜେଡି ନେତା ତାପସ ତ୍ରିପାଠୀ, ସରୋଜ ପାତ୍ର, ଅଖିଳ ଭତ୍ରା, ସୁମିତ ପୂଜାରୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ନବୀନ ଚନ୍ଦ୍ର ନାୟକ, ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ ନବରଙ୍ଗପୁର ଜିଲ୍ଲା ଉନ୍ନୟନ୍ନ ପରିଷଦ କାର୍ଯ୍ୟାଳୟର ଜିଲ୍ଲା ସଂଯୋଜକ ପି ନବକିରଣ, ଗୋବିନ୍ଦ କୁମାର, ଯୋଗେଶ କୁମାର, ଫିରଜ୍ ହିଆଲ୍ ଓ ତୁଷାର କାନ୍ତି ଖୋସଲା ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶଥାଉ କି, ପୂର୍ବରୁ ଅନୁଷ୍ଠିତ ହୋଇଥିବା ବ୍ଲକ୍‌ସ୍ତରୀୟ ଉଭୟ ପୁରୁଷ ଓ ମହିଳା ବର୍ଗର କ୍ରିକେଟ୍‌, ଫୁଟବଲ୍‌, ଭଲିବଲ୍‌, ଜେଭଲିନ୍ ଥ୍ରୋ, ଆର୍ଚେରୀ ଓ ଦୌଡ଼ ପ୍ରତିଯୋଗତାରେ ଯେଉଁମାନେ ବିଜୟ ଲାଭ କରି ଜିଲ୍ଲାସ୍ତରକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ନବରଙ୍ଗପୁର ସଦର ମହକୁମାର ବିଭିନ୍ନ ଖେଳପଡ଼ିଆରେ ଅନୁଷ୍ଠିତ ହେଉଛି । ଉକ୍ତ ପ୍ରତିଯୋଗିତାର ସମସ୍ତ ସଫଳ କ୍ରୀଡ଼ାବିତଙ୍କୁ ଆସନ୍ତା ୬ ତାରିଖରେ ମଣ୍ଡେଇ ମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ଉଦ୍‌ଯାପନୀ ସମାରୋହରେ ପୁରସ୍କୃତ କରାଯିବ ବୋଲି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।