ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଲିଓ କ୍ଲବ ତରଫରୁ ବନ ମହୋସବ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଲାୟନ୍ସ ଓ ଲିଓ କ୍ଲବର ମିଳିତ ଆନୁକୂଲ୍ୟରେ ବନମହୋସବ ସପ୍ତାହ ପାଳନ କରାଯାଉଥିବାବେଳେ ଆଜି ପାଟଣାଗଡ଼ ଲାୟନ ଭୋକେସନାଲ ପବ୍ଲିକ ସ୍କୁଲରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ସମ୍ମାନିତ ଅତିଥିଭାବେ ଲାୟନ୍ସ ୩୨୨ ସି୨ର ସେକେଣ୍ଡ ଭାଇସ ଜିଲ୍ଲା ଗଭର୍ଣ୍ଣର ଲାୟନ ପ୍ରଦୀପ କୁମାର ଅଗ୍ରୱାଲ, ସ୍ଥାନୀୟ ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି, ଲାୟନ୍ସ କ୍ଲବର ପୂର୍ବତନ ସଭାପତି ଲାୟନ ସଦାଶିବ ସରାଫ ଓ ଲିଓ କ୍ଲବର ସଭାପତି ମହେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟଅତିଥି ସାଂସଦ ବିଶି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ଶେଷରେ ଲିଓ କ୍ଲବର ଉପସଭାପତି ମନୀଷ ଜୈନ ଧନ୍ୟବାଦ ଦେଇଥିଲେ ।