ଜୁଲାଇ ୨୧ରେ ଇଡି ସମ୍ମୁଖରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁଲାଇ ୨୧ ତାରିଖରେ ଇଡ଼ି ସମ୍ମୁଖରେ ହାଜର ହେବାକୁ ସମନ ଜାରି କରାଯାଇଛି । ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସୋନିଆ ଗାନ୍ଧୀ ଇଡି ସମ୍ମୁଖରେ ହାଜର ହୋଇନଥିଲେ ।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ପାଖାପାଖି ୬୦ ଘଣ୍ଟା ଜେରା ସରିଛି । ସୋନିଆ ଗାନ୍ଧୀ ଓ ତାଙ୍କ ସହଯୋଗୀ ଆସୋସିଏଟେଡ ଜେନେରାଲ ଲିମିଟେଡ(ଏଜେଏଲ)କୁ କବଜା କରିବା ପାଇଁ ୟଙ୍ଗ ଇଣ୍ଡିଆ ନାମକ ଏକ କମ୍ପାନୀ କରିଥିଲେ ଏବଂ ଏହି କମ୍ପାନୀରୁ ସେଲ କମ୍ପାନୀ ଜରିଆରେ ଋଣ ନେଇଥିବା ଆରୋପ ଲାଗିଛି । ଏଥିସହିତ କଂଗ୍ରେସ ଏଜେଲକୁ ୯୦ କୋଟି ଟଙ୍କାର କଥିତ ଋଣ ଦେଇଥିବା ନେଇ ଆରୋପ ଲାଗିଥିବା ଜଣାପଡ଼ିଛି ।