ଶିଶକେଲା ଆମ୍ବେଦେକର କ୍ଲବ ଦ୍ୱାରା ବୃକ୍ଷରୋପଣ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ସଇଁନ୍ତଲା ବ୍ଲକ ଶିଶକେଳା ଗ୍ରାମପଞ୍ଚାୟତ ହାଇସ୍କୁଲ ରାସ୍ତାକଡ଼ରେ ଡା. ବି. ଆର ଆମ୍ବେଦେକର କ୍ଲବ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଲିଙ୍ଗରାଜ ଭୋଇ, ସମ୍ମାନୀତ ଅତିଥିଭାବେ ଶିଶକେଳା ସରପଞ୍ଚ ମାଳତୀ ରଣା ଓ ସମିତି ସଭ୍ୟ ଉମାକାନ୍ତ ରଣା ଯୋଗଦେଇ ଏଥିରେ ଓ ପରିବେଶ ସୁରକ୍ଷା ଉପରେ ଗ୍ରାମବାସୀଙ୍କୁ ସଚେତନତା କରିଥିଲେ । ଏଥିରେ ଟିଟିଲାଗଡ଼ ବନାଞ୍ଚଳର ସମସ୍ତ ବୃକ୍ଷରୋପଣ, ଆମ ଜଙ୍ଗଲ ଯୋଜନା ଟିମ ମୁଖ୍ୟ ଦିବାକର ପ୍ରଧାନ, ଶିଶକେଳା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ, ସାମାଜିକ କର୍ମୀ ଜୟସିଂହ ରଣା, ଡା. ବି ଆର ଆମ୍ବେଦେକର କ୍ଲବର ଅଶୋକ ନାଗ, ରମେଶ ନାଗ, ଦରସିଂ ନାଗ, ଅଭି ନାଗ, ପ୍ରମୋଦ ନାଗ, ଶିଲୁ ସାହୁ, ପିଣ୍ଟୁ ସାହୁ, ଲକ୍ଷ୍ମଣ ରଣା, ଭକ୍ତ ରଣା, ପିକୁଲ ରଣା, ସଚି ରଣା ଓ ରାହୁଲ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକୃତି ବନ୍ଧୁ ବିକିଜି ନାଗ ପରିବେଶ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଇବା ସହ ଶପଥ ପାଠ କରାଇ ଧନ୍ୟବାଦ ଦେଇଥିଲେ ।