ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଆଧୁନିକ କୌଶଳ ପ୍ରଣାଳୀରେ କିପରି ଗୃହ ନିର୍ମାଣ ଏବଂ ଏହାର ଡିଜାଇନ୍ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେସମ୍ପର୍କରେ ଓଡ଼ିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭାଗୃହରେ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିବା ସହ ଏହାର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରି ଜିଲ୍ଲାରେ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶକ୍ତି ବିଭାଗର କନସଲଟାଣ୍ଟ ଅଶୋକ ନନ୍ଦ, ମାଷ୍ଟର ଟ୍ରେନର ଯେ କେ ବ୍ୟାସ ଓ ରାମ ପ୍ରତାପ ପୋଦାର ତାଲିମ ପ୍ରଦାନ କରିଥିଲେ । ଏଥିରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦେବର୍ଷି ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ପ୍ରାଣନାଥ ସେଠଙ୍କ ସମେତ ଜିଲ୍ଲାର ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଜୁଳି ବିଭାଗ ଇତ୍ୟାଦି ବିଭାଗୀୟ ଇଞ୍ଜିନିୟରମାନେ ଯୋଗ ଦେଇଥିଲେ । ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଜାଣିବାକୁ ଚାହିଁଲେ ଇଞ୍ଜିନିୟର ଅଶୋକ ନନ୍ଦଙ୍କ ମୋବାଇଲ ଫୋନ ନମ୍ବର ୯୪୩୭୩୦୩୫୪୮କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।