ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ୨ଘଣ୍ଟା ଧରି ରାଉରକେଲା ଷ୍ଟେସନରେ ଅଟକି ରହିଲା ହାୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍

ରାଉରକେଲା,ଏନ୍ଏନ୍ଏସ୍: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଷ୍ଟେସନରେ ପ୍ରାୟ ୨ଘଣ୍ଟା ଧରି ହାଓ୍ଵଡ଼ା-ଅହମଦାବାଦ ସୁପର୍‌ଫାଷ୍ଟ୍‍ ଏକ୍ସ୍‍ପ୍ରେସ୍‌ ଅଟକି ରହିଥିଲା। ସୂଚନା ଅନୁସାରେ ସକାଳ ୬: ୩୦ରେ ରାଉରକେଲା ଷ୍ଟେସନ୍‌ରେ ହାଓ୍ଵଡ଼ା-ଅହମଦାବାଦ ସୁପରଫାଷ୍ଟ୍‍ ଏକ୍ସପ୍ରେସ୍‌ ପହଞ୍ଚିବା ପରେ ଏସ୍‌-୪ ବଗିର ଚକା ପାଖରେ ଲାଗିଥିବା ଷ୍ଟିପ୍‌ ପିନ୍‌ଟି ଭାଙ୍ଗି ଯାଇଥିଲା।

ରାଉରକେଲା ଓ ବନ୍ଧମୁଣ୍ଡାରୁ ଆସିଥିବା ପ୍ରାୟ ୧୦/୧୨ ମେକାନିକ୍‌ ଦୀର୍ଘ ସମୟ ଧରି ଟ୍ରେନଟିକୁ ସଜାଡ଼ିବାରେ ଲାଗିପଡ଼ିଥିଲେ। ପରେ ପାଖାପାଥଖି ୨ଘଣ୍ଟା ପରେ ଟ୍ରେନଟି ଠିକ୍ ହେବା ପରେ ୮ଟା ୫୦ରେ ରାଉରକେଲା ଷ୍ଟେସନ୍‌ରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।