ଅଟୋ ଓଲଟି ୪ ଶ୍ରମିକ ଗୁରୁତର, ୬ ସାମାନ୍ୟ ଆହତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପାଟଣା ରାସ୍ତାର ଜଡିଚାତର ନିକଟରେ ଭାରସମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଥିବା ଜଣାଯାଇଛି। ଫଳରେ ଅଟୋରେ ଥିବା ୪ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୬ଜଣ ସାମାନ୍ୟ ଆହତ ହୋଇଛନ୍ତି।

ପରେ ସ୍ଥାନୀୟ ଲୋକମାନେ ସେଠାରୁ ତାଙ୍କୁ ଉଦ୍ଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସୂଚନା ଅନୁସାରେ, ଡୁମୁରିଆ ଗ୍ରାମରୁ ଉଭୟ ପୁରୁଷ ଓ ମହିଳା ଶ୍ରମିକ ପଦ୍ମ କେଶରପୁର ଗ୍ରାମକୁ ଶ୍ରମିକମାନେ ଏକ ଅଟୋ ଯୋଗେ ଧାନ କାଟିବାକୁ ଯାଉଥିଲେ। ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।