ଭୁବନେଶ୍ୱର,ଏନ୍ଏନ୍ଏସ୍: ବାହାନଗା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ କରାଯାଇଛି । ସମସ୍ତ ପ୍ରକ୍ରିୟା ସରିବା ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉଛି । ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ମୃତକଙ୍କ ଡେଥ ସାର୍ଟିଫିକେଟ ଯେତେ ଶୀଘ୍ର ସମ୍ଭବ ପଠାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।