ଟ୍ରେନ୍ ଲାଇନରେ ଶୋଇଥିବା ବେଳେ ମାଡିଗଲା ଟ୍ରେନ୍, ୧୬ ଶ୍ରମିକ ମୃତ

ମହାରାଷ୍ଟ୍ରର,ଏଜେନ୍ସି: ଗତକାଲି ଗ୍ୟାସ୍ ଲିକ୍ ଆଜି ଟ୍ରେନ୍ ଦୁର୍ଘଟଣା। କରୋନାକୁ ବଳିଯାଉଛି ଏହି ସବୁ ଆକସ୍ମିକ ଘଟଣା। ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ସକାଳ ୬ଟା ୩୦ରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଔରଙ୍ଗାବାଦର ଜାଲନା ରେଲୱେ ଟ୍ରାକରେ ଏକ ମାଲବାହୀ ଗାଡି ଚଢିଯିବାରୁ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଟ୍ରେନ ଲାଇନରେ ଶୋଇଥିବା ୧୬ ଜଣ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢିଯାଇଥିଲା।

ସୂଚନାନୁଯାୟୀ, ଏହି ଶ୍ରମିକମାନେ ଚାଲିଚାଲି ନିଜ ରାଜ୍ୟ ଛତିଶଗଡକୁ ଫେରୁଥିଲେ। କିଛି ସମୟ ବିଶ୍ରାମ କରିବାକୁ ସେମାନେ ଟ୍ରେନ୍ ଲାଇନରେ ଅଟକିଥିଲେ। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।