ଦେଶରେ ୫୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୩୯୦ ନୂଆ ମାମଲା

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କୋରୋନା ପ୍ରକୋପ। ଦେଶରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଅତିକ୍ରମ କରିସାରିଛି। ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏଯାବତ୍ ଦେଶରେ ୫୬ ହଜାର ୩୪୨ ଜଣ ସଂକ୍ରମିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୮୮୬ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ନୂଆ ମାମଲା ଆସିଥିବା ବେଳେ ୧୦୩ ଜଣଙ୍କ ଜୀବନ ଗଲାଣି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧୬ ହଜାର ୫୪୦ ଜଣ ସୁସ୍ଥ ହୋଇଛନ୍ତି ।

ସେହି ସମୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୭ ହଜାର ୯୭୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୁଜୁରାଟରେ ୭ହଜାରରୁ ଅଧିକ କୋରୋନା ସଂକ୍ରମିତ ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯୮୦ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪୮ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଏହିକି ଯେ, ଦିଲ୍ଲୀରେ ଗତ ୬ ଦିନ ମଧ୍ୟରେ ୨ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।