ପୁଣି ବାଇକ୍ ଚଳାଇ ଧରାପଡିଲେ ନାବାଳକ : ୨୫ହଜାର ଜରିମାନା

ସମ୍ବଲପୁର, ଏନ୍ଏନ୍ଏସ୍ : ସମ୍ବଲପୁର ସହର ବୁଢ଼ାରଜା ମୁଖ୍ୟ ରାସ୍ତାରେ ଶୁକ୍ରବାର ପୂର୍ବାହ୍ନରେ ପରିବହନ ବିଭାଗର ଯାଞ୍ଚକାରୀ ଦଳ ପୁଣି ଜଣେ ନାବାଳକଙ୍କୁ ବାଇକ୍ ଚଳାଉଥିବା ବେଳେ ଧରି ଗାଡ଼ି ମାଲିକଙ୍କୁ ୨୫ହଜାର ଟଙ୍କା ଜୋରିମାନା କରିଛନ୍ତି। କ୍ଷେତରାଜପୁର ଥାନା ଅର୍ନ୍ତଗତ ନୂଆପଡ଼ାର ୧୭ ବର୍ଷିୟ ନାବାଳକ ଜଣକ ସେହି ପଡାର ସୁବାସ ଓରାମଙ୍କ (ଓଡି୧୫ପି- ୯୧୪୨) ନମ୍ବର ଆପାଚି ବାଇକ୍ ଚଳାଇ ଯାଉଥିବା ବେଳେ ଯାଞ୍ଚକାରୀ ଦଳର ହାବୁଡ଼ରେ ପଡିଥିଲେ।

ଗାଡି ମାଲିକଙ୍କ ନାମରେ ୨୫ହଜାର ଟଙ୍କାର ଚାଲାଣ କଟା ଯାଇଥିଲା। ସେହିପରି ଗତ ଗୁରୁବାର ଜଣେ ୫ମ ଶ୍ରେଣୀର ଛାତ୍ର ଓ ଜଣେ ଦଶମ ଶ୍ରେଣୀର ଛାତ୍ର ସ୍କୁଟି ଚଳାଉଥିବା ବେଳେ ଧରାପଡି ସେମାନଙ୍କୁ ୩୦ହଜାର ଟଙ୍କା ଲେଖାଁଏ ଜୋରିମାନା ହୋଇଥିଲା। ସେହିପରି ବୁଧବାର ଅନ୍ୟ ୨ଜଣ ନାବାଳକ ୨ଚକିଆ ଗାଡ଼ି ଚଳାଉଥିଲେ। ସେମାନଙ୍କ ଠାରେ ଯଥାକ୍ରମେ ୪୩ହଜାର ଟଙ୍କା ଓ ୩୭ହଜାର ଟଙ୍କା ଜୋରିମାନା ହୋଇଥିଲା।