ବୁଲିଲା ଟ୍ରାଫିକ୍‌ ସଚେତନତା ରଥ

କଟକ,ଏନ୍ଏନ୍ଏସ୍: ନୂତନ ଟ୍ରାଫିକ ନିୟମ ନେଇ ସଚେତନା ସୃଷ୍ଟି କରିବା ପାଇଁ ଟ୍ରାଫିକ ଡିସିପି ସାଗରିକା ନାଥ କଟକରେ ପତାକା ଦେଖାଇ ଭ୍ରାମ୍ୟମାଣ ଗାଡିର ଶୁଭାରମ୍ଭ କରିଛନ୍ତି। ଗତକାଲି ନିୟମ ଉଲ୍ଲଂଘନକରୁଥିବା ବ୍ୟକ୍ତିଙ୍କୁ ଟ୍ରାଫିକ୍‌ ଡିସିପି ହେଲମେଟ୍‌ ଓ ଚକୋଲେଟ ଦେଇ ନିୟମ ମାନିବାକୁ ସଚେତନ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁବାର ଠାରୁ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରାଇବ। ୮୮ ଦିନ ଧରି ଏହି ଭ୍ରାମ୍ୟମାଣ ରଥ ଗଳିକନ୍ଦି ବୁଲି ସଚେତନ କରିବ । ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେଉଥିଲା । ତେବେ ଏହି ନିୟମ ୩୩ ମାସ ପାଇଁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ସହ ଏହି ସମୟ ମଧ୍ୟରେ ଗାଡିର ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।