ଜୟ ଓଡିଶା ଓ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୟ ଓଡିଶା ଓ କମିଶନରେଟ୍ ପୁଲିସ ପକ୍ଷରୁ ମିଳିତ ଭାବେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ଏହି ଅଭିଯାନରେ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମକୁ ନେଇ ସହରରେ ସବୁ ଅଞ୍ଚଳରେ ଲୋକଙ୍କୁ ସଚେତନ କରଯିବ। ସପ୍ତାହବ୍ୟାପୀ ଏହି ସଚେତନତା ଅଭିଯାନ ଚାଲିବ। ଲୋକେ କେମିତି ସୁରକ୍ଷିତ ରହିବେ ସେଥିପାଇଁ ପୁଲିସ କାମ କରୁଛି। ଲୋକଙ୍କୁ ସଚେତନ କରୁଛି। ସମସ୍ତେ ଟ୍ରାଫିକ ନିୟମ ପ୍ରତି ସଚେତନ ହେଲେ ଏହି ମୂଲ୍ୟବାନ ଜୀବନ ବଞ୍ଚିପାରିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।