ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ମୃତ, ୨ ଆହତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ରାୟପୁର ନିକଟରେ ବୁଧବାର ଏକ ଟ୍ରାକ୍ଟର ଭାରସମ୍ୟ ହରାଇ ଓଲଟି ପିଡ଼ିଥିବା ଜଣାପଡ଼ିଛି। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ରାୟପୁର ଗ୍ରାମର କେନ୍ଦୁବେଡା ସାହିର ସୀତାରାମ ମହାନ୍ତଙ୍କ ପୁଅ ଶ୍ରିତମ ଓରଫ ସନୁ ମହାନ୍ତ(୨୧)। ସେହିପରି ଅନ୍ୟ ୨ଆହତଙ୍କ ପରିଚୟ ମିଳିପାରିନାହିଁ।

ପରେ ଘଟଣାସ୍ଥଳରେ ପାଟଣା ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ମୃତ ଡ୍ରାଇଭର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏ ନେଇ ୨୮/୨୦ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।