ଏସ୍‌ସିବି ମେଡିକାଲ ଚାରିପଟୁ ଉଚ୍ଛେଦ କାର୍ୟ୍ୟ ଆରମ୍ଭ

କଟକ,ଏନ୍ଏନ୍ଏସ୍: କଟକ ଏସସିବିର ଉନ୍ନତିକରଣ ପାଇଁ ତୃତୀୟ ପର୍ୟ୍ୟାୟରେ ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଯାଇଛି। ଏସସିବି ମେଡିକାଲର ସମ୍ପ୍ରସାରଣ ଓ ବିକାଶ ପାଇଁ ଏହି ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ସିନେମା ହଲ୍‌ ପଛ ପଟ ତାଳ ଦଣ୍ଡ କେନାଲ ରାସ୍ତାରୁ ଉଚ୍ଛେଦ ହେଉଛି। ଏସ୍‌ସିବି ମେଡିକାଲକୁ ଏମ୍ ପ୍ଲସ୍‌ କରିବା ପାଇଁ ତଥା ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି କାର୍ୟ୍ୟ ଆରମ୍ଭ ହୋଇଛି । ତେବେ ଆଜିର ଉଚ୍ଛେଦ ବେଳେ ୫ଟି ଛୋଟ ଛୋଟ ମନ୍ଦିର ଭଙ୍ଗାଯାଇଛି। ଏଥିସହ ଏକ କ୍ଲବ୍‌ ଘର ମଧ୍ୟ ଭାଙ୍ଗାଯାଇଛି। ଉଚ୍ଛେଦ ବେଳେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସିଏମ୍‌ସି ଅଧିକାରୀ, ସେସୁ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ଅଛନ୍ତି । ସକାଳ ପ୍ରାୟ ୮ଟାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିର ଉଚ୍ଛେଦରେ ମୋଟ୍‌ ୧୦ଟି ମନ୍ଦିର ତଥା ଧର୍ମାନୁଷ୍ଟ ଓ କିଛି କ୍ଲବ୍‌ ଘର ଭାଙ୍ଗାଯିବ ବୋଲି ଜଣାପଡ଼ିଛି । ତେବେ ଏହି ଉଚ୍ଛେଦ କାର୍ୟ୍ୟ ସାନ୍ତି ପୂର୍ଣ୍ଣ ଭାବେ ଚାଲିଛି । ସ୍ଥାନୀୟ ଲୋକ ଏହାକୁ ବିରୋଧ କରି ନାହାନ୍ତି । ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରିବା ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି ।