ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ୧୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୧୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୦୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୦୧୬ ଜଣଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୪୬ଜଣ, କର୍ମିରା ବ୍ଲକ ଓ ବ୍ରଜରାଜନଗର ପୌରପରଷଦ ଅଞ୍ଚଳରୁ ୬ଜଣ ଲେଖାଏଁ, ଝାରସୁଗୁଡ଼ା ବ୍ଲକରୁ ୯ଜଣ, ଲଖନପୁର ଅଞ୍ଚଳରୁ ୨୬ ଜଣ, ଲଇକେରା ବ୍ଲକରୁ ୧୫ଜଣ, କୋଲାବିରା ବ୍ଲକରୁ ୭ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଝାରସୁଗୁଡ଼ାର ୪ଜଣ ଭୁବନେଶ୍ୱର, ବରଗଡ଼ ବିକାଶ ଓ ବୁର୍ଲା ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ଦିନ ପାଇଁ ରାସ୍ତାକଡ଼ ଖାଇବା ସାମଗ୍ରୀ ମିଳୁଥିବା ଦୋକାନ ବନ୍ଦ କରାଯାଇଛି। ସେହିପରି ବଣିକ ସଂଘ ମଧ୍ୟ ୭ ଦିନ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।