ଭୁବନେଶ୍ୱରରେ ୩୧୯ କରୋନା ପଜିଟିଭ ଚିହ୍ନଟ: ୩୫୩ ସୁସ୍ଥ ରାଜ୍ୟ By Nitidin On Sep 26, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୩୧୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫୭ଜଣ ରହିଛନ୍ତି। ସେହିପରି ୩୫୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ହଜାର ୫୩୮ ହୋଇଥିବାବେଳେ ୧୬ ହଜାର ୮୬୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ ହଜାର ୫୭୪ ଜଣ ଚିକିତ୍ସିତ ହେଉଛନ୍ତି। Share