ମାଓ ନେତା ପ୍ରଶାନ୍ତ ବୋଷ ଓ ତାଙ୍କ ପତ୍ନୀ ଗିରଫ

ନୂଆଦିଲ୍ଲୀ: କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା’ ଓ ତାଙ୍କ ପତ୍ନୀ ସିଲା ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ପୁଲିସ ଗିରଫ କରିଛି। ୭୫ ବର୍ଷୀୟ କିଶନ ଦା’ଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ଥିଲା। ଅଧିକ ଜେରା ପାଇଁ ଉଭୟଙ୍କୁ ରାଞ୍ଚି ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଶାନ ଦା’ ମାଓ ସଂଗଠନ ପୂର୍ବାଞ୍ଚଳ ରିଜିଅନର ସମ୍ପାଦକ ଥିଲେ। ସେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିଲେ। କିଶାନ ଦା’ଙ୍କ ପତ୍ନୀ ମଧ୍ୟ ଜଣେ ଟପ୍ ମାଓନେତ୍ରୀ ଥିଲେ।