ଭାରତର ସୁରକ୍ଷା ଦୃଷ୍ଟିରୁ ଚୀନ ବିପଦଜନକ : ସିଡିଏସ୍

ନୂଆଦିଲ୍ଲୀ: ଚୀପ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଚୀନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଜେନେରାଲ ରାୱତ କହିଛନ୍ତି ଯେ, ଭାରତର ସୁରକ୍ଷା ଦୃଷ୍ଟିରୁ ଚୀନ ବିପଦଜନକ। ପରମାଣୁ ହଥିୟାର ସମ୍ପନ୍ନ ଉଭୟ ଦେଶ ମଧ୍ୟରେ ସୀମା ବିବାଦକୁ ସମାଧାନ କରିବା ପାଇଁ ବିଶ୍ୱାସର ଅଭାବ ଓ ସନ୍ଦେହ ବାଧା ସୃଷ୍ଟି କରୁଛି। ଗତ ମାସ ଭାରତ ଓ ଚୀନ କମାଣ୍ଡର୍ସଙ୍କ ମଧ୍ୟରେ ୧୩ ରାଉଣ୍ଡ ଆଲୋଚନା ବିନା ଫଳାଫଳରେ ସମାପ୍ତ ହୋଇଥିଲା। ସୀମାରୁ କିପରି ପଛକୁ ହଟି ହେବ ସେନେଇ ହୋଇଥିବା ଆଲୋଚନାରେ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇନଥିଲା।

ସୂଚନାଯୋଗ୍ୟ, ଗତ ବର୍ଷ ଜୁନରେ ଭାରତ ଓ ଚୀନ ମଧ୍ୟରେ ୪ ଦଶକର ସବୁଠୁ ବଡ଼ ସଂଘର୍ଷ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ ଦୀର୍ଘ ଦିନର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଉପରୁ ଧ୍ୟାନ ହଟାଇ ଚୀନ ଉପରେ କେନ୍ଦ୍ରିତ କରିଥିଲେ।