ସୁରକ୍ଷାବଳ ଗୁଳିରେ ଟପ୍ ମାଓ ନେତା ହୀଡ଼ମା ନିହତ

ଛତିଶଗଡ଼,ଏନ୍ଏନ୍ଏସ୍: ଛତିଶଗଡ଼ ଚିକପାଲ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇ ଟପ୍ ମାଓନେତା ନିହତ ହୋଇଥିବା ଜଣାପଡ଼ିଛି। ମାଓ ନେତା ତଥା ଏରିଆ କମାଣ୍ଡର ହୀଡ଼ମା ମୁଚାକି ନିହତ ହୋଇଛି। ହୀଡ଼ମା ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସମେତ ମାରଣାସ୍ତ୍ର ଜବତ ହୋଇଛି।

ମାଓବାଦୀମାନେ ଲୁଚି ରହିଥିବା ଖବରପାଇ ଡିଆରଜି ଯବାନ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀମାନେ ଏହା ଜାଣିପାରି ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଏହି ସମୟରେ ଟପ ମାଓ ନେତା ହୀଡ଼ମା ନିହତ ହୋଇଛି। ପରେ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ମାଓ କ୍ୟାମ୍ପରେ ଆଉ କିଏ କିଏ ଥିଲେ ସେ ନେଇ ସନ୍ଧାନ ଆରମ୍ଭ ହୋଇଛି। ଏଥିସହିତ ପୂରା ଜଙ୍ଗଲରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।