ଆଠଗଡ଼,ଏନ୍ଏନ୍ଏସ୍: ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା ଏଥର ଭର୍ଚ୍ଚୁଆଲ ମାଧ୍ୟମରେ କରାଯାଇଛି । ଏହିକ୍ରମେ ଝୁଲାପୋଲ ନିକଟରେ ବଡ଼ ଏଲଇଡି ଟିଭିର ବ୍ୟବସ୍ଥା କରାଯିବ । ଫଳରେ ଶ୍ରଦ୍ଧାଳୁମାନେ ଟିଭିରେ ଦର୍ଶନ କରିପାରିବେ । ଏଥିସହିତ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ । ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ପ୍ରଦାନ କରିଛନ୍ତି ।
ସୂଚାଯୋଗ୍ୟ, ଗୁଜରାଟ ମୋରବୀରେ ପୋଲ ଦୁର୍ଘଟଣା ପରେ ଧବଳେଶ୍ୱରରେ ୧୪୪ ଧାରା ଜାରି ହୋଇଛି । ସେଥିପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।