ଟି-୨୦ ବିଶ୍ୱକପ୍‌: ଆଜି ପ୍ରଥମ ସେମିଫାଇନାଲ୍ ପାଇଁ ପଡ଼ିଆକୁ ଓହ୍ଲାଇବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଆବୁଧାବୀ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଆବୁଧାବୀର ଶେଖ୍‌ ଜୟାଦ୍‌ ଷ୍ଟାଡିୟମ୍‌ରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଏଥି ପାଇଁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ।

ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ସୁପର ୧୨ ଗୃପ-୧ର ଅଂଶବିଶେଷ ଥିଲା। ଇଅନ୍‌ ମୋର୍ଗାନଙ୍କ ନେତୃତ୍ୱରେ ଦଳ ଏହି ପର୍ଯ୍ୟାୟରେ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହୋଇଥିଲା। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ସୁପର ୧୨ ଗୃପ-ବିରେ ୫ଟି ମ୍ୟାଚ ଖେଳିଥିଲା। କେନ୍‌ ୱିଲିୟମ୍‌ସନଙ୍କ ଟିମ୍‌ କେବଳ ପାକିସ୍ତାନ ଠାରୁ ୫ ୱିକେଟ୍‌ରେ ପରାସ୍ତ ହୋଇଥିଲା। କିନ୍ତୁ ଭାରତ, ସ୍କଟଲାଣ୍ଡ, ନାମିବ୍ୟା ଓ ଆଫଗାନିସ୍ତାନକୁ ହରାଇଥିଲା।