ଆବୁଧାବି,ଏଜେନ୍ସି: ଚଳିତ ଟି-ଟେଣ୍ଟି ବିଶ୍ୱକପର ସୁପର-୧୨ ରାଉଣ୍ଡ (ଗ୍ରୁପ-୨)ରେ ଆଜି ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବ। ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଆଜିର ଏହି ମ୍ୟାଚ ୩ଟି ଦଳର ଭାଗ୍ୟ ନିର୍ଦ୍ଧାରିତ କରିବ। ବିଶେଷ କରି ଭାରତୀୟଙ୍କ ପାଇଁ ଏହି ମ୍ୟାଚର ଫଳାଫଳ ଗୁରୁତ୍ୱ ଅଧିକ ରହଛି। ପ୍ରଥମ ଥର ପାଇଁ ଏହି ଦୁଇ ଦଳ ପରସ୍ପରକୁ ଭେଟିବେ। ଆଫଗାନିସ୍ତାନ ଆଜିର ମ୍ୟାଚରେ ବିଜୟୀ ହେଉ ବୋଲି ଭାରତୀୟଙ୍କ ସମର୍ଥନ ରହିବ ନିଶ୍ଚୟ। ଆଫଗାନିସ୍ତାନ ଜିତିଲେ ଭାରତ ପାଇଁ ସେମିଫାଇନାଲ୍ ବାଟ ଫିଟିବ।
ଆଫଗାନିସ୍ତାନ ଏହି ମ୍ୟାଚକୁ ବଡ ବ୍ୟବଧାନରେ ଜିତି ସେମିରେ ପ୍ରବେଶ କରିବାକୁ ପ୍ରାୟସ କରିବ। ନ୍ୟୁଜିଲାଣ୍ଡ ଯଦି ବି ୧ ରନରେ ମ୍ୟାଚକୁ ଜିତି ନିଏ ତେବେ ସେ ସେମିରେ ପ୍ରବେଶ କରିବ। ଆଫଗାନିସ୍ତାନ ମ୍ୟାଚଟିକୁ ଜିତିଲେ ଭାରତର ସେମି ଫାଇନାଲ ସମ୍ଭାବନା ଦ୍ୱିବିଗୁଣିତ ହୋଇଯିବ। ଭାରତର ଅନ୍ତିମ ମ୍ୟାଚରେ ନାମ୍ବିଆକୁ ଭେଟିବ। ଏହି ମ୍ୟାଚକୁ ବଡ ବ୍ୟବଧାନରେ ଜିତିବା ପରେ ରନ ରେଟରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ପଛରେ ପକାଇ ସେମିରେ ପ୍ରବେଶ କରିବ।