ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାରେ ଆଜି ନୂଆ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରିଆ, ବିଶୋଇ, ଯଶୀପୁର, ଶାମାଖୁଣ୍ଟା, ଶୁକୃଳି ଓ ଉଦଳା ଆଦି ପ୍ରତ୍ୟେକ ବ୍ଲକ୍ ଗୁଡ଼ିର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଜଣେ ଲେଖାଏଁ , ବଡ଼ସାହି ବ୍ଲକ୍ ଅଞ୍ଚଳ କ୍ୱାରେଣ୍ଟାଇନ ସେଣ୍ଟରରୁ ୨ ଜଣ ଏବଂ ବାରିପଦା ପୌରପରିଷଦର କ୍ୱାରେଣ୍ଟାଇନ ସେଣ୍ଟର ବାହାର ଲୋକାଲ କଣ୍ଟାକ୍ଟରୁ ୨ ଜଣକୁ ମିଶାଇ ମୋଟ୍ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ବ୍ୟକ୍ତିମାନଙ୍କ ମଧ୍ୟରେ ତାମିଲନାଡ଼ୁ ଫେରନ୍ତା ୩ ଜଣ ରହିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ , ଗୁଜରାଟରୁ ୧ ଜଣେ, କର୍ଣ୍ଣାଟକରୁ ଜଣେ , ରାଜସ୍ଥାନ ଓ ତ୍ରିପୁରାରୁ ଜଣେ ଲେଖାଏଁ ରହିଛନ୍ତି। ଏହି ସମସ୍ତ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ବାରିପଦାସ୍ଥିତ ବାଙ୍କିଶୋଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆଜି ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥହୋଇ ଫେରିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।
