ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳା: ୨ୟ ମୁକାବିଲା ଆଜି

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ଦିନିକିଆ ସିରିଜର ୨ୟ ମୁକାବିଲା ଆଜି। ମ୍ୟାଚ୍ ଆଜି ଅପରାହ୍ଣ ସାଢ଼େ ୧ଟାରେ ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ବିଜୟି ହୋଇଥିବା ବେଳେ ଆଜିର ମ୍ୟାଚରେ ବିଜୟ ହାସଲ କରି ଶୃଙ୍ଖଳାକୁ ଅକ୍ତିଆର କରିବାକୁ ଚାହିଁବ। ଅନ୍ୟପଟେ ଇଂଲଣ୍ଡ ଏହି ମ୍ୟାଚ ଜିତି ସିରିଜକୁ ୧-୧ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବ।

ସେହିପରି ୩ୟ ତଥା ଅନ୍ତିମ ଦିନିକିଆ ମାର୍ଚ୍ଚ ୨୮ରେ ଖେଳାଯିବ। ବର୍ତ୍ତମାନରେ ଭାରତୀୟ ଦଳରେ ପ୍ରାୟତଃ ସମସ୍ତ ଖେଳାଳି ଭଲ ଫର୍ମରେ ଅଛନ୍ତି। ତେଣୁ ଏହି ଶୃଙ୍ଖଳା ମଧ୍ୟ ଭାରତ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଭାରତ ଇଂଲଣ୍ଡକୁ ଟେଷ୍ଟ ଓ ଟି-୨୦ ସିରିଜରେ ମଧ୍ୟ ପରାସ୍ତ କରି ଶୃଙ୍ଖଳାକୁ ଅକ୍ତିଆର କରିନେଇଛି।