ଆଜି ପୁଣି ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ୨ଟି ଔଷଧ ଦୋକାନ ସିଲ୍

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଞ୍ଚଳର ୨୬ ଜଣ, ବାଲିମେଳା ଏନଏସିର ୩ ଜଣ, ଚିତ୍ରକୋଣ୍ଡା ବ୍ଲକର ୨ ଜଣ, ମାଲକାନଗିରି, କାଲିମେଳା ଓ ଖଇରପୁଟ ବ୍ଲକର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଔଷଧ ଦୋକାନ ଓ ଅନ୍ୟ ୫ଟି ଦୋକାନକୁ ସିଲ କରାଯାଇଛି। ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୦ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୨୩୯ ଜଣ ଚିକିତ୍ସାଧୀନ ରହିଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ଘଟିଛି।