ୟୁପିଏସି ପରୀକ୍ଷାରେ ବରଗଡ଼ର ବେଦ ଭୂଷଣ ପାଇଲେ ୧୯୫ ରେଙ୍କ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ର ବେଦ ଭୂଷଣ ୨୦୧୯ ୟୁପିଏସି ପରୀକ୍ଷାରେ ୧୯୫ ରେଙ୍କ ପାଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ବେଦ ଭୂଷଣ ତାଙ୍କ ଏହି ସଫଳତାର ଶ୍ରେୟ ପିତା ମାତା ଓ ଗୁରୁଜନଙ୍କୁ ଦେଇଛନ୍ତି । ବେଦ ଭୂଷଣଙ୍କ ବାପା ସୋମଦତ୍ତ ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ମା’ ସୁରଭି ସାହୁ ଚକଲିଫାର୍ମ ୟୁଜିଏମଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ଥିଲେ ଜଣେ ନିଶ୍ଚୟ ସଫଳତା ପାଇବ ବୋଲି ବେଦ ଭୂଷଣ କହିଛନ୍ତି । ଆମେ ଏକ ଭଲ ପରିବେଶ ଦେଇପାରିଲୁ ଯାହାକି ପୁଅର ସଫଳତାରେ ସହାୟକ ହେଲା ବୋଲି ପିତା ସୋମଦତ୍ତ କହିଛନ୍ତି ।