ଝାରସୁଗୁଡାରେ ପୁଣି ୯୧ ପଜିଟିଭ ଚିହ୍ନଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୩ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୪ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୨ ଜଣ, ଝାରସୁଗୁଡା ବ୍ଲକରୁ ୨ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୩୭ଜଣ, ଲଇକେରା ବ୍ଲକରୁ ୫ ଜଣ, କୋଲାବିରା ବ୍ଲକରୁ ୮ଜଣ ରହିଛନ୍ତି। ତେବେ ଏହି ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ, ବର୍ତ୍ତମାନ ଝାରସୁଗୁଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହ ୯୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୮ଶହ ୭୬ ଜଣ ସୁସ୍ଥ ହୋଇଥିବାବେଳେ ୮୧୭ ଜଣଙ୍କ ଚିକିତ୍ସା ଜାରି ରହିଛି।