ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, ସଇଁନ୍ତଳା,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଥିବା ଯେତେ ବିଭାଗ, ଯଥା- ଏଜୁକେସନ, କମ୍ପୁଟର ସାଇନ୍ସ, ବିଇଡ଼ି, ଏମଇଡ଼ିରେ ସ୍ଥାୟୀ ଅଧ୍ୟାପକ ଅଭାବରୁ ଅନଲାଇନ କ୍ଲାସ ହେଇ ପାରୁ ନଥିବା ବେଳେ ଯଥାଶୀଘ୍ର ଅନଲାଇନ କ୍ଲାସ ଆରମ୍ଭ କରାଯାଉ । ଅନ୍ୟପକ୍ଷରେ ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓ ଉଚ୍ଚଶିକ୍ଷା ବିଭାଗର ସଚିବ ସେମାନଙ୍କ ଦାବି ଉପରେ ଧ୍ୟାନଦେଇ ଖାଲିଥିବା ଅଧ୍ୟାପକ ପଦବୀ ପୂରଣ କରିବା ସହ ଛାତ୍ରଛାତ୍ରୀ କିପରି ଉଚ୍ଚମାନର ଶିକ୍ଷା ପାଇପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ । ଏଥିରେ ଅଙ୍କିତ ସାହୁ, ସନ୍ମୟ ସାହୁ, ଗାର୍ଗୀ ମିଶ୍ର, ଅଙ୍କିତା ପଟ୍ଟନାୟକ, ଅବିନାଶ ଦାସ, ରକ୍ଷକ ତାଣ୍ଡି, ଦିନେଶ କୁମାର ସାହୁ ପ୍ରମୁଖ ସାମିଲ ଥିଲେ ।