ଝାରସୁଗୁଡାରେ ୫୭ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୩୬ଜଣ, ଝାରସୁଗୁଡା ବ୍ଲକରୁ ୧୨ ଜଣ ଓ କର୍ମିରା ବ୍ଲକ ଅଞ୍ଚଳରୁ ୮ ଜଣ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ୫ ହଜାର ୩ ଶହ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୮ଶହ ୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୮ ଜଣଙ୍କ ଚିକିତ୍ସା ଜାରି ରହିଛି।