କୋରାପୁଟ, ଏନ୍ଏନ୍ଏସ୍: ସୋମବାର କୋରାପୁଟ ଜିଲ୍ଲାରେ ୧୨ ମହିଳାଙ୍କ ସମେତ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୨ରେ ପହଞ୍ଚିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯ ଜଣ ଘରୋଇ ସଂଗରୋଧରୁ ରହିଛନ୍ତି। ୨୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଜଣେ ସାମ୍ବାଦିକ, ୪ଜଣ ପୁଲିସ କର୍ମଚାରୀ ଏବଂ ୩ଜଣ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ବୋରିଗୁମ୍ମା ଓ ପଟ୍ଟାଙ୍ଗୀରେ କୌଣସି ନୂଆ କେସ୍ ଆସିନଥିବାରୁ ସେଠାରୁ ଲକଡାଉନ୍ ଉଚ୍ଛେଦ କରାଯାଇଥିବାବେଳେ ମାଥାଲପୁଟ, ଚାରାଂଗୁଲ୍ ଓ ଲକ୍ଷ୍ମୀପୁର ପଞ୍ଚାୟତ ସମେତ ୪ଟି ସହରାଞ୍ଚଳରେ ଲକଡାଉନ୍ ଅବଧିକୁ ଆସନ୍ତା ୩୧ ଯାଏ ବୃଦ୍ଧି କରାଯାଇଛି।