ଟିଟିଲାଗଡ଼ର ରହସ୍ୟମୟ ଶିବ ମନ୍ଦିର

ସଇଁନ୍ତଳା,ଏନ୍ଏନ୍ଏସ୍ : ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଶିବ ମନ୍ଦିର ଅନ୍ୟତମ। ଆଜି ବି ରହସ୍ୟ ଭିତରେ ରହିଯାଇଛି ମନ୍ଦିର ଭିତର କିଛି କଥା। ଓଡିଶାର ଟିଟିଲାଗଡ଼ ହେଉଛି ସବୁଠାରୁ ଉତପ୍ତ ସହର। ସେଥିପାଇଁ ଟିଟିଲାଗଡ଼କୁ ତତଲାଗଡ଼ ମଧ୍ୟ କୁହାଯାଏ। ଟିଟିଲାଗଡ଼ କୁମୁଡା ପାହାଡ଼ରେ ରହିଛି ଶିବ-ପାର୍ବତୀଙ୍କ ଏହି ମନ୍ଦିର। ପାହାଡ ଉପରେ ଥିବାରୁ ଏଠାରେ ଭୀଷଣ ଗରମ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମନ୍ଦିର ବାହାରେ ଯେତେ ଗରମ ହେଲେ ବି ମନ୍ଦିର ଭିତର ଏ.ସି ଭଳି ଥଣ୍ଡାଥାଏ। ଭିତରେ ଟିକିଏ ହେଲେ ଗରମର ପ୍ରଭାବ ଦେଖିବାକୁ ମିଳେନି। ବାହାରେ ଟିକିଏ ସମୟ ଛିଡା ହେବା ବି ଭକ୍ତଙ୍କ ପାଇଁ ମୁସକିଲ ହୋଇଯାଏ। ହେଲେ ମନ୍ଦିର ଭିତରକୁ ପ୍ରବେଶ କରୁ କରୁ ଥଣ୍ଡା ଅନୁଭୂତ ହୋଇଥାଏ। ମନ୍ଦିର ପୂଜାରୀ କୁହନ୍ତି ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଥଣ୍ଡା ଅନୁଭୂତ ହୋଇଥାଏ। ଭଗବାନ ଭୋଳାନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତିରୁ ଥଣ୍ଡା ପବନ ଆସିଥାଏ ଯାହା ମନ୍ଦିର ବାତାବରଣକୁ ଥଣ୍ଡା ରଖିଥାଏ। ଥଣ୍ଡା ବାତାବରଣ କେବଳ ମନ୍ଦିର ଯାଏଁ ହିଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଏଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେରରେ ରହିଛି । କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଅନ୍ଧବିଶ୍ୱାସ ମଧ୍ୟ କୁହନ୍ତି।