ସଇଁତଳା,ଏନ୍ଏନ୍ଏସ୍: ଶ୍ରମିକ ସ୍ପେଶାଲ ଟ୍ରେନ୍ ରେ ଆଜି ଜଣେ ପ୍ରବାସୀ ମହିଳା କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ତିରୁପତି ନବାପରା ରୋଡ୍ (୦୭୪୨୧)କୁ ଯାଉଥିବା ସ୍ପେଶାଲ ଟ୍ରେନ୍ ଆଜି ସକାଳେ ଟିଟିଲାଗଡ଼ରେ ପହଞ୍ଚିଥିଲା। ଟ୍ରେନ୍ ପହଞ୍ଚିବାର ୧୦ ମିନିଟ୍ ପରେ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ରେଳ ବିଭାଗ ଡାକ୍ତର ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ। ପରେ ରେଳ କର୍ମଚାରୀଙ୍କ ସହାୟତାରେ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ମହିଳାଜଣକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରକାଶ ଯେ, ମହିଳା ଜଣକ ଟିଟିଲାଗଡ଼ର ଘଣ୍ଟବାହାଳ ଗ୍ରାମର ବୋଲି ଜଣାପଡ଼ିଛି। ତାଙ୍କ ନାମ କିରଣ ଛତର (୨୩)। ସେ ଶ୍ରମିକ ସ୍ପେଶାଲ ଟ୍ରେନ୍ର ୯ ନଂ ବଗିରେ ଯାତ୍ରା କରୁଥିଲେ।