ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୀରଥ ସିଂହ ରାୱତ

ଦେହରାଦୁନ: ଗଢ଼ବାଲ ବିଜେପି ସାଂସଦ ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ତୀରଥଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ସୂଚନାଯୋଗ୍ୟ,୨୦୧୭ ବିଧାନସଭା ନିର୍ବାଚନ ଲାଗି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ତୀରଥ ସିଂହ ରାୱତଙ୍କ ଟିକେଟ ବିଜେପି କାଟି ଦେଇଥିଲା। ସେହି ସମୟରେ ସେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଓ ଚୌବଟ୍ଟାଖାଲର ବିଧାୟକ ଥିଲେ। ରାୱତଙ୍କ ଟିକେଟ କାଟି ସେହି ସ୍ଥାନରେ କଂଗ୍ରେସରୁ ଆସିଥିବା ସତପାଲ ମହାରାଜଙ୍କୁ ଟିକେଟ ଦିଆଯାଇଥିଲା। ସେହି ସମୟରେ ଲାଗୁଥିଲା ରାୱତ ଏହାର ବିରୋଧ କରିବେ। କିନ୍ତୁ ସେ ପାର୍ଟିର ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ଟିକେଟ କଟିବା ପରେ ବି ସେ ଲଗାତାର ପାର୍ଟି ପାଇଁ କାମ କରି ଚାଲିଥିଲେ। ପରେ ରାୱତଙ୍କୁ ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ଦିଆଗଲା। ଇତିମଧ୍ୟରେ ୨୦୧୯ ମସିହାରେ ରାୱତ ଗଢ଼ବାଲରୁ ଲୋକସଭା ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ।