ଗୋହିରା ପ୍ରକଳ୍ପ ପାଣି ପଞ୍ଚାୟତ ଶୀର୍ଷ କମିଟି ନିର୍ବାଚନ ଅନୁଷ୍ଠିତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଗୋହିରା ପ୍ରକଳ୍ପ ପାଣି ପଞ୍ଚାୟତ ଶୀର୍ଷ କମିଟିର ନିର୍ବାଚନ ଆଜି ପୂର୍ବାହ୍ନରେ ଗୋହିରା ଡ୍ୟାମ ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ଗୋହିରା ଡ୍ୟାମ ବିଭାଗୀୟ ଅଧିକାରୀ ତଥା ସମ୍ବଲପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି ନିର୍ବାଚନ ପ୍ରକ୍ରିୟାରେ ୧୯ଟି ପାଣି ପଞ୍ଚାୟତର ସଦସ୍ୟମାନେ ଉପସ୍ଥିତ ଥିଲେ।

ଏଥିରେ ସଭାପତି ଭାବେ ପର୍ଶୁରାମ ଗଡ଼ନାଏକ, ସମ୍ପାଦକ ଭାବେ ଜଗନ୍ନାଥ ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନ ପ୍ରକ୍ରିୟା ପରିଚାଳନାରେ ଗୋହିରା ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁ, କନିଷ୍ଠ ଯନ୍ତ୍ରୀ ବିମଳ କୁମାର ବାରା, ପ୍ରଶାନ୍ତ କିସାନ ଏବଂ ହୃଦାନନ୍ଦ ପୃଷ୍ଟି ସକ୍ରିୟ ସହଯୋଗ କରିଥିଲେ। ଏହି ନିର୍ବାଚନ ସମୟରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରକାଶ କୁମାର ଆଚାର୍ଯ୍ୟ, ଶରତ କୁମାର ସାହୁ, ତାବଡ଼ା ସରପଞ୍ଚ ପାଞ୍ଜିଆ ଭୋଇ, ଗୁଣ୍ଡିଆପାଲି ସରପଞ୍ଚ ଚାନ୍ଦମଣୀ ଗଡ଼ନାୟକ, ଆଡ଼ସ ସରପଞ୍ଚ ପୂଜାରାଣୀ ସାହୁ, ବରୁଣ କୁମାର ମିତ୍ର, ମାନସ ନାଥ ଓ ନରେଶ ନାଥ ଉପସ୍ଥିତ ଥିଲେ।