ପୁଣି ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରେ ରହିବ ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ଆତଙ୍କବାଦୀଙ୍କ ଦେଶ ଭାବରେ ପୁରା ବିଶ୍ୱରେ ପରିଚିତ ପାକିସ୍ତାନ ଏବର୍ଷ ବି ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରେ ରହିଛି। କ୍ରମାଗତ ଭାବରେ ଆତଙ୍କବାଦିଙ୍କୁ ପାଣ୍ଠି ଯୋଗାଇ ଆସୁଛି ଏହି ଦେଶ।

ଏହା ଛଡା ପାକିସ୍ତାନରେ ବହୁ ସଂଗଠନ ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିବାରୁ ଅଭିଯୋଗ ରହିଥିବା ବେଳେ ପାକିସ୍ତାନ ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଏଫ୍‌ଏଟିଏଫ୍‌ରେ ପ୍ରମାଣିତ ହୋଇଛି ଯାହାପରେ ପୁଣି ପାକିସ୍ତାନକୁ ଗ୍ରେ’ ଲିଷ୍ଟରେ ରଖିବା ପାଇଁ ନିଷ୍ପତି ହୋଇଛି।

ଏଫ୍‌ଏଟିଏଫ୍‌ର ୪ ଦିନ ଧରି ଚାଲିଥିବା ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଆତଙ୍କବାଦୀଙ୍କୁ ଅର୍ଥ ନେଣଦେଣ ଓ ବେଆଇନ୍ ଅର୍ଥ କାରବାର ଉପରେ କୋହଳ ମନୋଭାବ ପୋଷଣ କରୁଥିବାରୁ ୨୦୧୮ରୁ ପାକିସ୍ତାନ ଏହି ଗ୍ରେ ତାଲିକାରେ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ୨୦୨୩ ସୁଦ୍ଧା ଏଫଏଟିଏଫର ସମସ୍ତ ସର୍ତ୍ତ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।