ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି, ସୁପର ସୋନିକ୍ କୃଜ୍ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ନୌସେନା

ନୂଆଦିଲ୍ଲୀ,ଏଜେନ୍ସି: ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି। ଶତୃକୁ କଡା ଜବାବ୍ ଦେବା ପାଇଁ ଭାରତ ନିଜକୁ ସବୁ ସ୍ତରରେ ପ୍ରସ୍ତୁତ କରିଛାଲିଛି। ଆଜି ନୌସେନା ପକ୍ଷରୁ ଆଉ ଏକ ବ୍ରହ୍ମୋସର ସଫଳ ପରୀକ୍ଷଣ କରାଯାଇଛି।

ଭାରତୀୟ ନୌସେନା ପକ୍ଷରୁ ନୂତଦ ଜ୍ଞାନ କୌଶଳରେ ବିକସିତ ଦୂରଗାମୀ ଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଏସମ୍ପର୍କରେ ନୌସେନା ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

ଏହି କ୍ଷେପଣାସ୍ତ୍ର ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରି ଶତ୍ରୁ ପକ୍ଷକୁ ଆକ୍ରମଣ କରିପାରିବ ବୋଲି କୁହାଯାଇଛି। ଉନ୍ନତ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ର ଲକ୍ଷଭେଦ କରି ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରଖିବା ସହ ଶତ୍ରୁ ପକ୍ଷର କମ୍ବାଟ୍‌କୁ ମଧ୍ୟ ନଷ୍ଠ କରିପାରିବାର ସାମର୍ଥ୍ୟ ରହିଛି।