ପେଶୱାର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ ପଛରେ ଆଇଏସ

ନୂଆଦିଲ୍ଲୀ: ପାକିସ୍ତାନର ପେଶୱାରସ୍ଥିତ ଏକ ମସଜିଦରେ ଗତକାଲି ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଭିଆଇଥିବା ନେଇ ସ୍ୱୀକାର କରିଛି । ଉକ୍ତ ଘଟଣାରେ ପାଖାପାଖି ୫୬ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୯୪ଜଣ ଆହତ ହୋଇଛନ୍ତି । ଇସଲାମିକ ଷ୍ଟେଟ ସହ ଜଡ଼ିତ ଇସଲାମିକ ଷ୍ଟେଟ ଖୁରାସାନ ଏକ ବୟାନ ଜାରି କରି ବିସ୍ଫୋରଣ ଘଟାଇଥିବା ନେଇ ସ୍ୱୀକାର କରିଛି । ଏହି ବୟାନକୁ ଏସଆଇଟିଇ ଖୁଫିଆ ସମୂହ ଅନୁବାଦ କରିଛି । ଆମେରିକାର ଅଣସରକାରୀ ସଂଗଠନ ଏସଆଇଟିଇ ଜେହାଦୀ ସଂଗଠନର ଅନଲାଇନ ଗତିବିଧି ଉପରେ ନଜର ରଖିଥାଏ ।